ସତ୍ୟବାଦୀରେ ଭଣ୍ଡ ବାବା ଜେଲଗଲେ
The false father went to jail for being truthful
ସାକ୍ଷୀଗୋପାଳ,----- ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ପଞ୍ଚାୟତରେ ଜଣେ ନିଜକୁ କାଳୀସାଧକ କହି ଲୋକ ମାନଙ୍କୁ ଠକି ଚାଲିଥିଲେ । ଏପରିକି କିଛି ଲୋକମାନଙ୍କ ମନରେ ବିଭିନ୍ନ କଥା କହି ପୂଜା ନାମରେ ଲୋକମାନଙ୍କୁ ଠାରୁ ହଜାର ହଜାର ଟଙ୍କା ଚାନ୍ଦା ନେଉଥିଲେ । ଭଣ୍ଡ କାଳୀ ସାଧକ ଏବେ ତାଙ୍କର ଅସଲ ରୂପ ପଦାକୁ ଆସିଛି । ସତ୍ୟବାଦୀ ପୋଲିସ ଭଣ୍ଡବାବାଙ୍କୁବାନ୍ଧି ଜେଲ ପଠାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଥାନା ଅନ୍ତର୍ଗତ ମମତା ପଲେଇଙ୍କ ପରିବାର ମଧ୍ୟରେ ଅଧିକାଂଶ ସମୟରେ ଅଶାନ୍ତି ଲାଗି ରହିଥିଲା । ଏହି ଅଶାନ୍ତିର ସମାଧାନ କରିବା ପାଇଁ ମମତା ବିଭିନ୍ନ ବାଟ ଆପଣେଇଥିଲେ । କୌଣସି ସୁତ୍ରରୁ ଖବର ପାଇ ମମତା ଏକୁଟିଆ ସତ୍ୟବାଦୀ ଥାନା ଅନ୍ତର୍ଗତ କାଳୀ ସାଧକ ଶିବ ପ୍ରସାଦ ଭୋଇଙ୍କ ପାଖରେ ପହଞ୍ଚିଥିଲେ । ମାତ୍ର ଶିବ ମହିଳାଙ୍କୁ ଏକୁଟିଆ ଦେଖି ବଳତ୍କାର କରିବା ପାଇଁ ଉଦ୍ଦ୍ୟମ କରିଥିବା ନେଇ ମମତା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୭/୨୨ରେ ଏକ ମାମଲା ରୁଜ କରିଛନ୍ତି । ଭଣ୍ଡ କାଳିସାଧକ ଶିବ ପ୍ରସାଦ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୨---୧୦,୨୦ Sakhigopal News, 8/1/2022


