ads

Breaking News

ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

 Cold drinking water project inaugurated
ବରଗଡ଼---- ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ କୁବେଡେଗା ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଏନ୍ ପରବ୍୨୦୨୧ ଉଦଘାଟିତ୍ ହୋଇଯାଇଛି । ଚଳିତ୨୦୨୧-୨୨ ଆଥିର୍କ ବର୍ଷରେ ଅନୁମୋଦିତ ତଥା ଅଢ଼େଇ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଖଗସିପାଲି ଆନ୍ଧ୍ର ପଡା ସ୍ଥିତ ରାମ ମନ୍ଦିର ପରିସରରେ ନିର୍ମିତ ଫ୍ରିଜର୍ ଯୁକ୍ତ ଏହି ପ୍ରକଳ୍ପ କୁ ସ୍ଥାନୀୟ ସରପଞ୍ଚ ଶ୍ରୀମତି ବିଷ୍ଣୁପ୍ରିୟା ଭୋଇ ଉଦଘାଟନ କରିଥିଲେ।ପ୍ରଥମେ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା।ଏହି ଅବସରରେ ସପତ୍ନିକ ଯୋଗ ଦେଇଥିବା ଉତ୍ପନ୍ନ କୁମାର ଭୋଇଙ୍କୁ ଉତ୍ସବ ରେ ସମବେତ ଜନ ସାଧାରଣଙ୍କ ପଖରୁ ତୋରାଟି ରାମଡୁ ଓ ତାଙ୍କ ଧର୍ମ ପତ୍ନୀ ତୋରାଟି ଆମ୍ମାଜୀ ପୁଷ୍ପମାଳ୍ୟ ଓ ଶୀତବସ୍ତ୍ର ଦେଇ ସମ୍ମାନୀତ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ବ୍ରହ୍ମାଜୀ ,ଆଦିନାରାୟଣ, ରାମବାବୁ,କେ ସୁରେସ ,ପ୍ରମୁଖ ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୨/୨୦୨୧----୯,୩୦   Sakhigopal News,7/12/2021

ads

Blog Archive