ads

Breaking News

ମହିଳାଙ୍କୁ ମରଣାତ୍ମକ ଆକ୍ରମଣରେ ସାମ୍ବାଦିକ ଗିରଫ, ଖବରକାଗଜ ସମ୍ପାଦକ ନାମରେ ବଟି ଆଦାୟ କରୁଥିବା ଅଭିଯୋଗ

Journalist arrested for fatally assaulting woman, allegations of bribery in the name of newspaper editor.


ଜଟଣୀ---- ଜଟଣୀ ଅଞ୍ଚଳରେ ଜଣେ ଅସାମାଜିକ ବ୍ୟକ୍ତି ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ନିଜକୁ ସାମ୍ବାଦିକ ବୋଲି କହି ବୁଲୁଥିବା ବେଳେ ତାଙ୍କ ନାମରେ ପୁର୍ବରୁ ବହୁ କେଳେଙ୍କାରୀ କରିଥିବା ଅଭିଯୋଗ ହୋଇଥିଲା । ଗିରଫ ସାମ୍ବାଦିକ ଜଣଙ୍କ ହେଉଛନ୍ତି ଦୈନିକ ଖବରକାଗଜ=ର ଜଟଣୀ ପ୍ରତିନିଧୀ ମହେନ୍ଦ୍ର ସାହୁ ଓରଫ ବିଭୂ । ବିଭୂ ବିରୋଧରେ ଜଟଣୀଥାନାରେ ପୁର୍ବରୁ ୬ଟି ମାମଲା ରହିଥିଲା ବେଳେ ଏକ ଖବରକାଗଜ ସମ୍ପାଦକ ନାମରେ ବିଭିନ୍ନ ଲୋକମାନଙ୍କଠାରୁ ବଟି ଆଦାୟ କରିଥିବା ଅଭିଯୋଗ ରହିଥିଲା । ସୁଚନାନୁସାରେ, ଜଟଣୀଥାନା ଅଧିନସ୍ଥ ଜାଂଳା ଫାଣ୍ଡି ଅନ୍ତର୍ଗତ ଉତରମୁଣ୍ଡମୁହାଣ ଗ୍ରାମର ଗୈାରି ସାହୁ ନାମ୍ନି ଜଣେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିବାଦ୍ୱାରା ଉକ୍ତ ମହିଳାଙ୍କ ଡାହାଣପାଦ ଭାଙ୍ଗିଯାଇଥିଲା । ତେବେ ଏନେଇ ଉକ୍ତ ମହିଳା ଜଣଙ୍କ ଜାଂଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଜଟଣୀଥାନାରେ ମଙ୍ଗଳବାର ୬୪୪/୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ପରେ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ଜଟଣୀଥାନା ଅନ୍ତର୍ଗତ ରାଜାବଜାର ଅଂଚଳରେ ରହୁଥିବା ମହେନ୍ଦ୍ର ସାହୁ ଓରଫ (ବିଭୂ) । ରାସଙ୍କୁ ବଟିମାଗିବା, ଘରଭଡା ନେଇ ଘର ନଛାଡିବା ଖବରକାଗଜର ସମ୍ପାଦକ କହି ଲୋକମାନଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ନେଇ ପୁର୍ବରୁ ଅନେକ ଅଭିଯୋଗ ରହିଥିବା ଜଣାପଡିଛି ।  ଅଭିଯୁକ୍ତ ବିଭୂ  ନାମରେ ଜଟଣୀଥାନାରେ ୨୦୧୮ ରୁ ୨୦୨୦ ମସିହା ମଧ୍ୟରେ ୬ଟି ମାମଲା ରହିଥିଲା ବେଳେ ପୁଲିସ ଗିରଫ କରିବା କୋହଳ ମନବୃତିରୁ ସେ କୋର୍ଟରେ ଜାମିନ ପାଇଥିଲା । ଗତକିଛିଦିନ ହେଲା ଜଣେ ନିରାଶୟ ମହିଳାଙ୍କୁ ବାରମ୍ବାର ନିର୍ଯ୍ୟାତନା ଦେଉଥିବା ନେଇ ମଧ୍ୟ ଜାଂଳା ଫାଣ୍ଡିରେ ଅଭିଯୋଗ ହୋଇଆସୁଥିଲା ବୋଲି ଜାଂଳା ଫାଣ୍ଡି ପକ୍ଷରୁ ସୁଚନା ମିଳିଛି । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୨/୧୨/୨୦୨୧----=୫,୨୦   

Sakhigopal News, 2/12/2021-


ads

Blog Archive

Popular Posts