ads

Breaking News

ସହକାରୀ ଶିକ୍ଷକ ପର୍ଶୁରାମ ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

   Farewell meeting of Assistant Teacher Parshuram Sahu.              ‌‌
ଡେଲାଙ୍ଗ----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ସହକାରୀ ଶିକ୍ଷକ ପର୍ଶୁରାମ ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି‌।‌ଉକ୍ତ ସଭାରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ। ଅନୁଷ୍ଠିତ ସଭାରେ ଆଞ୍ଚଳିକ ସାଧନ କର୍ମୀ ମୁନିନ୍ଦାର ‌ ଦୟାନିଧି ମାର୍ଥା, ପୂର୍ବତନ ସାଧନ କର୍ମୀ ସନାତନ ସ୍ବାଇଁ, ଶିକ୍ଷକ ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ପରିଚାଳନା କମିଟି ସଭାପତି ପବିତ୍ର ମୋହନ ପରିଡା,ପୂର୍ବତନ ସଭାପତି ପ୍ରକାଶ କୁମାର ପରିଡ଼ା ଓ ଅନ୍ୟମାନଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଏଥିରେ ଉପସ୍ଥିତ ଥିବା ଦୁଇ ସାଧନ କର୍ମୀଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧୀତ ମଧ୍ୟ କରାଯାଇଥିଲା।  ଶିକ୍ଷକ  ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ ନଡିଆ ଚାରା ପ୍ରଦାନ କରିଥିଲେ। ସର୍ବଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। 
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୨/୨୦୨୧---୫,୫୫
 Sakhigopal News,16/12/2021

ads

Blog Archive

Popular Posts