ads

Breaking News

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଏକ ସଙ୍ଗେ ୬ଟି ସ୍ଥାନରେ ଚଢାଉ

Nayagarh District Additional Supply Officer, Vigilance Network raids four locations simultaneously


ନୟାଗଡ଼----ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ। ତାଙ୍କ ନୟାଗଡ଼ ସ୍ଥିତ ବାସ ଭବନ ସହ ସରକାରୀ କାର୍ଯ୍ୟାଳୟ, ଭଡାରେ ଦେଇଥିବା ଏକ ଘର ଏବଂ ଶ୍ୱଶୁର ଙ୍କ ନାଁ ରେ ଥିବା ୨ ଟି ଘର ସମେତ ମୋଟ ୬ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ  ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଓ ୩ଟି ୨ ଚକିଆ ଗାଡି ଜବତ ହୋଇଛି।୪ ବର୍ଷ ଧରି ନୟାଗଡ଼ ଜିଲ୍ଲାରେ  ଥିବା  ସମୟରେ ଶ୍ରୀ ଦାସ ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଆଜି ଭୁବନେଶ୍ୱର ଓ ନୟାଗଡ଼ ଭିଜିଲାନ୍ସ ଟିମ ପକ୍ଷରୁ ମିଳିତ ଭାବେ ଚଢ଼ାଉ ହୋଇଥିଲା। ସୂଚନାଯୋଗ୍ୟ ଯେ , ଗତକାଲି ଜୟନ୍ତ କୁମାର ଦାସ ଙ୍କୁ ନୟାଗଡ଼ ଜିଲ୍ଲା ରୁ ନୂଆପଡା କୁ ବଦଳି କରାଯାଇଥିଲା। ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୪/୧୨/୨୦୨୧----୭,୩୦ 


 Sakhigopal News,4/12/2021


ads

Blog Archive

Popular Posts