ads

Breaking News

୧୭୯ ଜଣ ପରୀକ୍ଷାର୍ଥୀ ବୃତ୍ତି ପରୀକ୍ଷା ଦେଲେ

Sixteen candidates took the exam.
ଡେଲାଙ୍ଗ---ଡେଲାଙ୍ଗ ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ବୁଧବାର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଡେଲାଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ୯୦ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ  ରହିଥିଲେ । ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୫ ଜଣଙ୍କ ମଧ୍ୟରୁ ୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ।କୋଭିଡ ନିୟମ ଅନୁଯାୟୀ ଏହି ପରୀକ୍ଷା ପରିଚାଳନା ହୋଇଥିବା ନେଇ ସହକାରୀ ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ା କହିଛନ୍ତିି । ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର ଓ ସହକାରୀ ବ୍ଲକ ଶିକ୍ଷାଧିକାରୀ ଶର୍ମିଷ୍ଠା ଦେବୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ।ସେହିପରି ରାଧାକାନ୍ତ ଵିଦ୍ୟାପୀଠରେ  ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ା ଓ ଲକ୍ଷ୍ମଣ ପ୍ରଧାନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୧୨/୨୦୨୧---୯,୨୫
 Sakhigopal News8/12/2021

ads

Blog Archive