ads

Breaking News

ବିଶ୍ୱ ଏଡସ ଦିବସରେ ସାକ୍ଷୀଗୋପାଳରେ ଦବାଇ ଇଣ୍ଡିଆ ମେଡିସିନ କାଉଣ୍ଟର ଉଦଘାଟିତ


 India Medicine Counter Opens in Sakshigopala on World AIDS Day.


ସାକ୍ଷୀଗୋପାଳ---------ବିଶ୍ୱ ଏଡସ ଦିବସରେ ସାକ୍ଷୀଗୋପାଳ କୋଟଉପର ସ୍ଥିତି ଭାରତ ରିୟା ଗ୍ୟାସ ନିକଟରେ ଦବାଇ ଇଣ୍ଡିଆ ମେଡିସିନ କାଉଣ୍ଟର  ଆଜି ଉଦଘାଟିତ ହୋଇଯାଇଛି । ଏହା ୪୦ ତମ ଦବାଇ ଇଣ୍ଡିଆର ଶାଖା ବୋଲି ଜଣାପଡିଛି । ଏହି ମେଡିସିନ ଷ୍ଟଲକୁ ଦବାଇ ଇଣ୍ଡିଆର ଓଡିଶା ଶାଖାର ସେଲସ ମ୍ୟାନେଜର ପିୟ ରଞ୍ଜନ ମହାନ୍ତି , ଲୁବସାନ ହେଲଥ କେୟାରର ଡାଇରେକ୍ଟର ଶେଖ ଅବଦୁଲ ସମିିମ , ଲୁବସନ ହେଲଥ କେୟାର ମ୍ୟାନେଜର ପିୟ ଜିତ ଆଲମ  ଓ ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ ମାନଙ୍କ ଉପସ୍ଥିତିରେ ମେଡିସିନ  କାଉଣ୍ଟର ଉଦଘାଟନ ହୋଇଯାଇଛି । ଯାହାକି ଧନୀ ଠାରୁ ଗରିବ ଲୋକ ମାନେ  ବହୁ କମ ଦରରେ ସଠିକ ମେଡିସିନ ପାଇ ପାରିବେ ବୋଲି ଦବାଇ ଇଣ୍ଡିଆରର ସେଲସ ମ୍ୟାନେଜର ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଲୁବସାନ ହେଲଥ କେୟାରର ନିର୍ଦ୍ଦେଶକଶ୍ରୀ ସମିମ୍ କହନ୍ତି ତାଙ୍କ ବାପାଙ୍କର ବଡ ଇଛା ଥିଲା ଗରିବ ଲୋକମାନେ କିପରି କମ ପଇସାରେ ଗୋଟିଏ ଯାଗାରେ ସବୁ ସେବା ପାଇବେ ତାହା ସଫଳ କରିବା ପାଇଁ ଆମେ ଏବେ ଚେଷ୍ଟିତ ବୋଲି ସେ କହନ୍ତି । ଏଠାରେ ଆସ୍ତେ ଆସ୍ତେ ସମସ୍ତ କେୟାର ସେଣ୍ଟର ଖୋଲିବା ସହିତ ଚର୍ମ, ମେଡିସିନ, ଶିଶୁ, ସ୍ତ୍ରୀରୋଗ, ମଧୁମେହ ଆଦି ବିଭିନ୍ନ ମେଡିକାଲରୁ ପ୍ରଫେସର ମାନେ ଏଠାକୁ ଆସି ରୋଗୀ ଦେଖିବା ସହିତ ସମସ୍ତ ପରୀକ୍ଷୀ ନିରୀକ୍ଷା ବହୁ କମ ପଇସାରେ କରାଯିବ ବୋଲି ଜଣାପଡିଛି । ବିଶେଷ କରି ବଜାରରେ ଯେଉଁ ମେଡିସିନ ୧୦୦ଟଙ୍କା ରହିଛି ତାହା ଏଠାରେ ୧୫ରୁ ୨୦ ଟଙ୍କା ମଧ୍ୟରେ ମିଳିବ ବୋଲି ଜଣାପଡିଛି । ଏଣୁ ସାକ୍ଷୀଗୋପାଳରେ ଦବାଇ ଇଣ୍ଡିଆ ମେଡିସିନଷ୍ଟଲ ଖୋଲିଥିବାରୁ ବହୁ ଗରିବ ଲୋକମାନେ ଉପକାର ପାଇ ପାରିବେ ବୋଲି ଆଶା ରଖିଛନ୍ତି ଲୁବସାନ ହେଲଥ କେୟାରର ମ୍ୟାନେଜର ଶ୍ରୀଆଲମ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧/୧୨/୨୦୨୧----୮,୪୫  

Sakhigopal News, 1/12/2021

ads

Blog Archive

Popular Posts