ads

Breaking News

ମାଙ୍କଡ ଚୁଆଁଠାରେ କଂଗ୍ରେସ କର୍ମୀଙ୍କର ଏକ ବୈଠକ

A meeting of Congress workers at Monkey Chuan
ବରଗଡ଼---ବରଗଡ ଜିଲ୍ଲା ଭେଡେନ ସୁନାଲରମ୍ଭା ପଞ୍ଚାୟତର ଶେଷଦେବ ପ୍ରଧାନଙ୍କ ଆହ୍ୱାନ କ୍ରମେ ସୁନା ଲରମ୍ଭା ପଞ୍ଚାୟତ ର ମାଙ୍କଡ ଚୁଆଁଠାରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭେଡେନ ବ୍ଲକ କମିଟି ର ସଭାପତି ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। କଂଗ୍ରେସ କର୍ମୀ ମାନଙ୍କୁ ଉତ୍ସାହିତ କରି ଆଗାମୀ ଦିନରେ କଂଗ୍ରେସ ଦଳର ସଭ୍ୟ ଅଭିଯାନ କୁ ଆଗେଇ ନେବା ସଙ୍ଗେ ସଙ୍ଗେ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିଶେଷରେ ସର୍ବ ସମ୍ମତି କ୍ରମେ ଶେଷଦେବ ପ୍ରଧାନଙ୍କୁ ସୁନାଲରମ୍ଭା ପଞ୍ଚାୟତର ସଭାପତି ଓ ଉପସଭାପତି ଭାବେ ଜଗନ୍ନାଥ ପ୍ରଧାନଙ୍କୁ ମନୋନିତ କରାଯାଇଥିଲା। ଏହି ବୈଠକରେ ମାଧବ ସାହୁ ,ଝସକେତନ ବେହେରା, କୁଶ ରଣା, ଅନନ୍ତ ଛତର ,ଜନକରାମ ରଣା ,ଚୈତନ୍ୟ ପଶାୟତ, ଚନ୍ଦ୍ର ଠେଲା, ଗଡତିଆ ମୁଗ୍ରି ,ସନ୍ତୋଷ ଧାରୁଆ ,ବିନୋଦ ମହାକୁର ,ନେପାଳ କଠାର ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୨/୨୦୨୧----୬,୪୦ Sakhigopal News,10/12/2021

ads

Blog Archive